logo

କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଠାରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ମାନଙ୍କ ପ୍ରାର୍ଥୀ ପତ୍ର ଦାଖଲ ।

ଓଡିଶା/ ଭବାନୀପାଟଣା/ ୨୨.୦୪
ଆଜି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଠାରେ ଭାରତୀୟ ଜନତା ପାର୍ଟିର ଲୋକସଭା ପ୍ରାର୍ଥୀନୀ ଶ୍ରୀମତୀ ମାଳବିକା ଦେବୀ, ଭବାନୀପାଟଣା ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ପ୍ରଦୀପ୍ତ ନାଏକ ଓ ନର୍ଲା ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଅନିରୁଦ୍ଧ ପଧାନ ନିଜ ନିଜ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ମାଁଙ୍କ ଆଶିର୍ବାଦ ନେଇ ହଜାର ହଜାର ଲୋକଙ୍କ ଗହଣରେ ମାଣିକେଶ୍ୱରି ମନ୍ଦିର ଠାରୁ ଜିଲ୍ଳାପାଲ ଓ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟକୁ ପହଞ୍ଚିଥିଲେ। ରାସ୍ତା ଉପରେ ହଜାର ହଜାର ଲୋକଙ୍କ ଗହଳି ହେବାରୁ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ପ୍ରାର୍ଥୀ ପତ୍ର ଦାଖଲ ରେଲିରେ ସାମିଲ୍ ହୋଇଥିବା ହଜାର ହଜାର ମାଁ ମାଉସୀ ଓ ଲୋକଙ୍କ ଭିତରେ ଉତ୍ସାହିତ ପରିଲକ୍ଷିତ ହୋଇଥିଲା। ବିଜେପି ଜିନ୍ଦାବାଦ, ମାଳବିକା ଦେବୀ ଜିନ୍ଦାବାଦ, ପ୍ରଦୀପ୍ତ ନାଏକ ଜିନ୍ଦାବାଦ, ନରେନ୍ଦ୍ର ମୋଦୀ ଜିନ୍ଦାବାଦ, ଅବକିବାର୍ ୪୦୦ ପାର, ଅବକିବାର୍ ଡବଲ ଇଞ୍ଜିନ ସରକାର ନାରାରେ ଆଜି ଭବାନୀପାଟଣା ସହର ଚଳ ଚଞ୍ଚଳ ହୋଇ ଉଠିଥିଲା। ଲୋକଙ୍କ ଆସ୍ଥା ଓ ବିଶ୍ୱାସକୁ ଦେଖି କଳାହାଣ୍ଡି ଜିଲ୍ଲାରରେ ବିଜେପି ପ୍ରାର୍ଥୀ ମାନଙ୍କ ବିଜୟ ନିଶ୍ଚିତ ବୋଲି ଚର୍ଚ୍ଚା ଜୋର ଧରିଛି।

16
2273 views